Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ିବେ ସିଦ୍ଧୁ !

ନୂଆଦିଲ୍ଲୀ: କଂଗ୍ରେସ ଛାଡି ପାରନ୍ତି  ପୂର୍ବତନ କ୍ରିକେଟର ତଥା ପଞ୍ଜାବର ବିଧାୟକ ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁ ଏବେ କଂଗ୍ରେସ ଛାଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧୁଙ୍କ ଦଳ ପରିବର୍ତ୍ତନ ନେଇ ଖବର ଚର୍ଚ୍ଚାକୁ ଆସିବା ପରେ ଆମ୍ ଆଦମୀ ପାର୍ଟିର ପଞ୍ଜାବ ମୁଖ୍ୟ ଭଗଓ୍ୱନ୍ତ ମନ୍ନ କହିଛନ୍ତି ଯେ, ସିଦ୍ଧୁ ତାଙ୍କ ଦଳରେ ଯୋଗ ଦେବା ନେଇ ସଠିକ ଫୋରମରେ ଆଲୋଚନା ହୋଇ ନାହିଁ କି ଯୋଗ ଦେବା ସ୍ପଷ୍ଟ ହୋଇନାହିଁ। ସେ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି, ପଞ୍ଜାବର ପ୍ରତ୍ୟେକ ଲୋକ ସିଦ୍ଧୁଙ୍କୁ ଭଲ ପାଆନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସାଧାରଣ ନିର୍ବାଚନ ପରେ ପଞ୍ଜାବ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ଏହାପରେ ସିଦ୍ଧୁଙ୍କ ପାଖରେ ଥିବା ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରି ସିଦ୍ଧୁଙ୍କୁ ଶକ୍ତି ବିଭାଗ ଦିଆଯାଇଥିଲା। ନୂଆ ବିଭାଗକୁ ନେଇ ସିଦ୍ଧୁ ଅସନ୍ତୋଷ ଜାହିର କରିବା ସହ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସିଦ୍ଧୁ ବିଜେପିରେ ଥିଲେ।

Comments are closed.