Odisha Link
Bridging the Missing Links in Odisha

ଅଫୁଟା ବାଣ ଫୁଟାଇବା ବେଳେ ହାତରେ ଫୁଟିଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗ୍ରାମରେ ଗତକାଲି ଜାଗର ଯାତ୍ରା ପାଇଁ ବାଣ ଫୁଟାଇ ଉତ୍ସବ ପାଳନ କରୁଥିଲେ ଗ୍ରାମବାସୀ। କିନ୍ତୁ ଆଜି ଉକ୍ତ ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଭଟ୍ଟ ଅଫୁଟା ବାଣ ଗୋଟାଇ ଜଳୁଥିବା ଦୀପରେ ଲଗାଉଥିବା ବେଳେ ବାଣ ବିସ୍ଫୋରଣ ହୋଇଥିଲା। ବାଣ ବିସ୍ଫୋରଣରେ ଛାତ୍ରଙ୍କ ଡାହାଣ ହାତ ପାପୁଲି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସଙ୍ଗେ ସେଙ୍ଗେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.