ଆମେରିକାଜ ଗଟ ଟ୍ୟାଲେଣ୍ଟ ଟାଇଟଲ ଜିଣିଲା ମୁମ୍ବାଇର ‘ଭି ଅନବିଟେବଲ’ ଗ୍ରୁପ୍

ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଏକ ଟିଭି କାର୍ଯ୍ୟକ୍ରମ ‘ଆମେରିକାଜ ଗଟ ଟ୍ୟାଲେଣ୍ଟ’ ପ୍ରତିଯୋଗିତାର ୨ୟ ସଂସ୍କରଣରେ ଭାଗ ନେଇ ମୁମ୍ବାଇର ନୃତ୍ୟ ଦଳ ‘ଭି ଅନବିଟେବଲ’ ଚମ୍ପିଆନ ହେବ ସହ ଭାରତ ପାଇଁ ଗୌରବ ହାସଲ କରିଛି। ସେହି ନୃତ୍ୟ ଦଳର ସର୍ବକନିଷ୍ଠ ସଦସ୍ୟ ଖରୱାର କହିଛନ୍ତି,ଏହା କେବଳ ଆମ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।
ଏହି ପ୍ରତିଯୋଗିତାରେ ୪୦ ଦେଶର ପ୍ରତିଯୋଗୀମାନେ ଭାଗ ନେଇଥିଲେ ଯେଉଁଥିରେ ଗୀତ, ସଂଗୀତ, ନୃତ୍ୟ, ଯାଦୁକରୀ ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ଆଧାରିତ ପ୍ରତିଯୋଗିତା ହେଉଥିଲା। ସେହି ନୃତ୍ୟ ଦଳରେ ପ୍ରଦର୍ଶନ କରିଥିବା ଜଣେ କୁନି କଳାକାର କହିଛନ୍ତି ଯେ ସେମାନେ ଡ୍ୟାନ୍ସ ପ୍ଲସର ଚତୁର୍ଥ ସିଜିନରେ ଭାଗ ନେଇଥିଲେ ଓ ଚତୁର୍ଥ ସ୍ଥାନ ଗ୍ରହଣ କରିଥିଲେ କିନ୍ତୁ କେବେବି ଆମେରିକାଜ ଗଟ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ଚମ୍ପିଆନ ହେବେ ବୋଲି ବିଶ୍ୱାସ କରି ନ ଥିଲେ। ସେମାନେ ଦିନକୁ ୧୭ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ସେ କହିଛନ୍ତି।