Odisha Link
Bridging the Missing Links in Odisha

ଟିଭି ଫାଟି ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ଼ ଧରୁଆଡିହି ଲହଣ୍ଡାବୁଡ ଗାଁରେ ଅଘଟଣ ଘଟିଛି। ଗତକାଲି ସଂଧ୍ୟାରେ ଘରେ ବସି ଟିଭି ଦେଖିଥିଲେ ଲହାଣ୍ଡାଗୁଡ ଗାଁର ଡିଲେଶ୍ବର ନାଏକ, ତାଙ୍କ ପତ୍ନୀ ବବି ନାଏକ ଓ ୬ମାସର ଶିଶୁ। ତେବେ ଟିଭି ଫାଟି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଶିଶୁ ଗୁରୁତର ଅଛନ୍ତି। ଦୁଇ ଗୁରୁତରଙ୍କୁ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଶନିବାର ସଂଧ୍ୟାରେ ଲହଣ୍ଡାବୁଡ ଗାଁର ଡିଲେଶ୍ବର ନାଏକ ପତ୍ନୀ ବବି ନାଏକଙ୍କ ସହ ବସି ଟିଭି ଦେଖୁଥିଲେ। ହଠାତ ଟିଭି ଜୋରରେ ସାଉଣ୍ଡ ହୋଇ ଫାଟିଯାଇଥିଲା। ଘଟଣାସ୍ଥଳରେ ଡିଲେଶ୍ବର, ବବି ଓ ୬ ମାସର ଶିଶୁ ପୋଡି ଯାଇଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକେ ଅଗ୍ନିଶମ ବିଭାଗ ଓ ଧୁରୁଆଡିହି ପୋଲିସକୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ୩ ଜଣଙ୍କୁ ଆମ୍ବୁଲାନ୍ସରେ ସୁନ୍ଦରଗଡ ମୁଖ୍ୟ ମେଡିକାଲକୁ ନିଆଯାଇଥିଲା। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବବିଙ୍କର ମୃତ୍ୟୁ ହୋଇଥିଲା । ଡିଲେଶ୍ବର ଓ ଶିଶୁର ଅବସ୍ଥା ସଂକଟାପନ୍ନ ଥିବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟ ଯୋଗୁ ଟିଭି ଫାଟିଥିବା ସନ୍ଦେହ କରାଯାଉଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

Comments are closed.