Odisha Link
Bridging the Missing Links in Odisha

ଆଜି ଖେଲୋ ଇଣ୍ଡିଆ: କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଆରମ୍ଭ ହେବ ସର୍ବପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ବବିଦ୍ୟାଳୟ କ୍ରୀଡ଼ା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନ ପୂର୍ବରୁ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଶ୍ବରେ କ୍ରୀଡ଼ାର ହବ ହେବା ଭାରତର ଲକ୍ଷ୍ୟ। ତେଣୁ ଏହି ବୃହତ ମିଶନ ପୂରଣରେ ‘ଖେଲୋ ଇଣ୍ଡିଆ’ ସହାୟକ ହେବ ବୋଲି ବୋଲି ଶୁଭେଚ୍ଛା ବାର୍ତ୍ତା ସହ କହିଛନ୍ତି ନବୀନ । ନିଜ ଟ୍ବିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମଥର ପାଇଁ ବିଶ୍ବବିଦ୍ୟାଳୟ ସ୍ତରରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେଉଥିବାବେଳେ ଏହା ପୁଣି ଓଡ଼ିଶାରେ ଆୟୋଜିତ ହେଉଛି। ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ନବୀନ। ଏଥିସହିତ ଆଉ କଣ କହିଛନ୍ତି ନବୀନ ପଟ୍ଟନାୟକ ଦେଖନ୍ତୁ ଭିଡିଓ।

Comments are closed.