ସାଇକେଲ ଆରୋହୀକୁ ଧକ୍କା ଦେଲା କାର

ସୋର: ସାଇକେଲ ଆରୋହୀକୁ ଦକ୍କା ଦେଲୋ କାର୍। ବାଲେଶ୍ବର ଜିଲ୍ଲା ସୋର ଆନନ୍ଦପୁର ରାଜ୍ୟ ରାଜପଥ ଅସ୍ତଗଡିଆ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର-ସାଇକେଲ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅସ୍ତଗଡିଆ ଛକ ନିକଟ ରାସ୍ତାରେ ଯାଉଥିବା ଏକ ସାଇକେଲକୁ ପଛପଟୁ ଆସୁଥିବା କର୍ ଧକ୍କା ଦେଇଛି। କାର୍ ଧକ୍କାରେ ସାଇକେଲ୍ ଆରୋହୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସାଇକେଲ ଆରୋହୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାରଙ୍ଗପୁର ଗାଁର ଦୀପକ ନାୟକ ବୋଲି ଜଣାପଡିଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତା କରାଯାଇଥିଲା।
ତେବେ ସ୍ଥାନୀୟଲୋକଙ୍କ ପକ୍ଷରୁ ଉକ୍ତସ୍ଥାନରେ ହମ୍ପସ୍ ନିର୍ମାଣ ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ନିର୍ମାଣ କରାଯାଉନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ଜାରି କରିଛନ୍ତି। ତେବେ ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କିନ୍ତୁ ସିସିଟିଭିରେ ଦୁର୍ଘଟଣା ପରେ କାର୍ଟି ଉଡୁଥିବାର ଅବସ୍ଥାରେ ରାସ୍ତା କଡକୁ ପଡୁଥିବାର ଦେଖିବାକୁ ମିଳିଛି।