Odisha Link
Bridging the Missing Links in Odisha

ଓଡ଼ିଶାରେ ମମତା ବାନାର୍ଜୀ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ

ଭୁବନେଶ୍ବର: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସେ। ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ ମଧ୍ୟ ଆସିଛନ୍ତି। ମମତା ବାନାର୍ଜି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି।

ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୨୭ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୮ତାରିଖରେ ସେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେଇ ଅପରାହ୍ନରେ କୋଲକାତା ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଜୋନାଲ କାଉନସିଲ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେଉଥିବାବେଳେ ମମତାଙ୍କ ଯୋଗଦାନ ବେଶ ଗୁରୁତ୍ୱ ବହନ କରୁଛି।ଭୁବନେଶ୍ୱରରେ ୨୮ତାରିଖରେ ଅମିତ୍ ଶାହ ବିଜେପି ପକ୍ଷରୁ ସିଏଏ ସମର୍ଥନରେ ଆୟୋଜିତ ବିଶାଳ ସମାବେଶରେ ମଧ୍ୟ ସାମିଲ ହେବେ।

ଭୁବନେଶ୍ୱରରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ୨୮ତାରିଖରେ ଅନୁଷ୍ଠିତ ହେଉଛି। ଏଥିରେ ସଦସ୍ୟ ରାଜ୍ୟ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମନ୍ତ୍ରୀ ଓ ଅଫିସରମାନେ ଯୋଗ ଦେବେ।

Comments are closed.