Odisha Link
Bridging the Missing Links in Odisha

IND VS NZ: ୨୪୨ ରନ୍‌ କରି ପ୍ରଥମ ଦିନରେ ଅଲଆଉଟ୍‌ ଭାରତ, ଦୃଢ଼ ସ୍ଥିତିରେ କିଓ୍ବି ଦଳ

ଖ୍ରୀଷ୍ଟଚର୍ଚ୍ଚ: ଆଜିଠୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ବା ଅନ୍ତିମ ଟେଷ୍ଟ। ନ୍ୟୁଜିଲାଣ୍ଡ ଗସ୍ତର ଟେଷ୍ଟ ସିରିଜର କର ବା ମର ମ୍ୟାଚରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ। ପୃଥୀ ଶ, ଚେତେଶ୍ବର ପୂଜାରା ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ସମସ୍ତ ଓ୍ବିକେଟ ହରାଇ ମୋଟ ୨୪୨ ରନ୍‌ କରିବାକୁ ସକ୍ଷମ ହୋଇଛି। ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ପୂର୍ବରୁ ୨୪୨ ରନେ ଅଲଆଉଟ ହେବା ଭାରତ ଦୁର୍ବଳ ବ୍ୟାଟିଂର ନମୁନା ଦେଉଛି। ସେହିପରି ଓପନର ଓ ମଧ୍ୟକ୍ରମ ମଧ୍ୟ ଗୋଟିଏ ପରେ ଗୋଟିଏ ଇଂନିସରେ ଫେଲ ମାରୁଛି ।

ଭାରତୀୟ ମଧ୍ୟକ୍ରମର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ପ୍ରଥମ ପାଳିରେ ମାତ୍ର ଦଳ ୨୪୨ ରନ କରି ଅଲଆଉଟ ହୋଇଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଭାରତୀୟ ଦଳ ଆରମ୍ଭରୁ ହିଁ ଝୁଣ୍ଟିଛି। ଦଳ ପାଇଁ ଓପନିଂ କରୁଥିବା ଯୁବ ପୃଥ୍ବୀ ଶ’ ନିଜର ଅର୍ଦ୍ଧଶତକ ପୂରଣ କରି ଆଉଟ ହୋଇଥିବା ବେଳେ ମାତ୍ର ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ମାତ୍ର 7ରନ କରି ପାଭିଲିୟନ ଫେରିଛନ୍ତି। ତୃତୀୟ ୱିକେଟ ପାଇଁ ବ୍ୟାଟିଂ ଆସିଥିବା ଚେତେଶ୍ବର ପୂଜାରା ୫୪ ରନକରି ଦଳକୁ ମଜବୁତ ସ୍ଥିତି ଦେଇଥିଲେ ହେଲେ ଅଧିନାୟକ ବିରାଟ ପୁଣି ମାରିଛନ୍ତି ଫେଲ। କ୍ୟାପଟେନ୍ କୋହଲି ମାତ୍ର ୩ ରନ କରିପାରିଥିବା ବେଳେ ଉପ ଅଧିନାୟକ ଆଜିଙ୍କ୍ୟା ରାହାଣେ ମଧ୍ୟ ୭ରନ କରି ପାରିଛନ୍ତି। ତେବେ ଦଳ ପକ୍ଷରୁ ହନୁମା ବିହାରୀ ସର୍ବାଧିକ ୫୫ ରନ କରି ଆଉଟ ହୋଇଥିଲେ।। ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମାଇସନ ସର୍ବାଧିକ ୫ଟି ୱିକେଟ ନେଇଛନ୍ତି।

ଅପରପକ୍ଷେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କିଓ୍ବି ଦଳ ବିନା ଓ୍ବିକେଟରେ ୬୩ ରନ୍‌ କରି ଦୃଢ଼ ସ୍ଥିତିରେ ଅଛି। ଟିମ୍‌ ଇଣ୍ଡିଆ ବୋଲର ୨୩ ଓଭର ବୋଲିଂ କରିଥିବା ସତ୍ତ୍ବେ ଓ୍ବିକେଟ ନେବାରେ ଅସଫଳ ରହିଛନ୍ତି।

Comments are closed.