Odisha Link
Bridging the Missing Links in Odisha

ସବୁ +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୩ ତାରିଖରୁ +୨ ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥର ମୋଟ ୩ଲକ୍ଷ ୫୦ ହଜାର ୮୦୦ ଜଣ ପରୀକ୍ଷା ଦେବେ। ୧୧୪୩ଟି କେନ୍ଦ୍ରରେ ୧୬୨୮ଟି ସ୍କୁଲ ଓ କଲେଜର ପିଲା ପରୀକ୍ଷା ଦେବେ। ସମସ୍ତ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ଅନ୍ୟାନ୍ୟ ବୈଦୁ୍ୟତିକ ଯନ୍ତ୍ରପାତି ନେବାକୁ ବାରଣ କରାଯାଇଛି। କେବଳ ପରୀକ୍ଷାର୍ଥୀ ନୁହନ୍ତି ପରୀକ୍ଷା ସହ ସମ୍ପୃକ୍ତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ। ସେହିପରି ପରୀକ୍ଷା ଚାଲିଥିବା ଭିତରେ ପ୍ରଶ୍ନପତ୍ରରେ ଚିହ୍ନ ନଦେବାକୁ ସିଏଚଏସଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ଚିହ୍ନ ଦେଲେ କପି କରୁଥିବା ଧରାଯିବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି।

Comments are closed.