Odisha Link
Bridging the Missing Links in Odisha

ଛୁଟିଦିନରେ ବସିବ ହାଇକୋର୍ଟଙ୍କ ସ୍ବତନ୍ତ୍ର ବେଞ୍ଚ

କଟକ: ଏଣିକି ଶନିବାର ଛୁଟି ଦିନରେ ବସିବ ହାଇକୋର୍ଟଙ୍କ ସ୍ବତନ୍ତ୍ର ବେଞ୍ଚ। ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ମାମଲାର ଶୁଣାଣି କରାଯିବ। ୩ ଟି ସ୍ବତନ୍ତ୍ର ଖଣ୍ଡପୀଠରେ ପଡି ରହିଥିବା ମାମଲାର ଶୁଣାଣି କରାଯିବ ।

ବିଶେଷକରି ୫ ବର୍ଷରୁ ଅଧିକ ସଜା କାଟୁଥିବା ଅପରାଧୀଙ୍କ ଆବେଦନ ଉପରେ ଶୁଣାଣି କରାଯିବ । ଜେଲ ଉପରୁ ଚାପ କମାଇବାକୁ ହାଇକୋର୍ଟ ଏଭଳି ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ତେବେ ଏହି ଖଣ୍ଡପୀଠରେ ୬୯ ଟି ମାମଲାର ଶୁଣାଣି କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

Comments are closed.