Odisha Link
Bridging the Missing Links in Odisha

ଅମିତ ଶାହଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର, କାରଣ ଜାଣନ୍ତୁ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମାପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ରାଜଧାନୀ ଭୁବନାଶ୍ବରର ଜନତା ମଇଦାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସିଏଏ ସମର୍ଥନ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମାପ୍ରାର୍ଥନା କଲେ ଧର୍ମେନ୍ଦ୍ର। ଆୟୋଜିତ ବିଶାଳ ଜନସମାବେଶ କାର୍ଯ୍ୟକ୍ରମରେ ଅମିତ ଶାହ ଭାଷଣ ଦେବା ପୂର୍ବରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି, ଅମିତ ଶାହା ଦଳକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଥିଲେ । ହେଲେ ଆମେ ଦଳକୁ ମଜଭୁତ କରିବାରେ ସଫଳ ହୋଇ ପାରିଲୁ ନାହିଁ । ଶୀର୍ଷ ନେତୃବୃନ୍ଦ ବାରମ୍ବାର ଆସି ବୁଥ ମଜୁଭୁତ ହେଲେ ଦଳ ମଜଭୁତ ହେବ ବୋଲି ଗୁରୁମନ୍ତ୍ର ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଦଳ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିଲା ନାହିଁ । ତେବେ ୨୦୧୯ରେ ନହେଲେ ନାହିଁ, ୨୦୨୪ରେ ପୁଣି ଥରେ ପ୍ରତିଯୋଗିତା ହେବ । ଆଗକୁ ପ୍ରଚେଷ୍ଟା ଜାରି ରହିବ । ଆଉ ସେତେବେଳେ ରାଜ୍ୟରେ ପଦ୍ମ ଫୁଟିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ଲୋକଙ୍କ ମନ ଜିଣିବା ପାଇଁ ଆହୁରି ପରିଶ୍ରମ କରିବ ଭାରତୀୟ ଜନତା ପାର୍ଟି । କଠୋର ପରିଶ୍ରମ କରି ଓଡ଼ିଆଙ୍କ ହୃଦୟ ଜିତିବ ଦଳ । ଓଡ଼ିଶା ଲୋକଙ୍କ ନିକଟରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ବିକାଶର ପରିକଳ୍ପନାକୁ ସାକାର କରାଯିବ । ୨୦୨୪ରେ ବିଜେପି ଓଡ଼ିଶା ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Comments are closed.