Odisha Link
Bridging the Missing Links in Odisha

କହ୍ନେୟାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। ଦିଲ୍ଲୀ ସରକାର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଅନୁମତି ଦେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର ଖାଲିଦ୍, ଅନିର୍ବାଣ, ଆକିବ୍‌ ହୁସେନ୍‌, ମୁଜିବ୍‌, ଅମର ଗୁଲ, ବଶରତ ଅଲ୍ଲୀ ଏବଂ ଖାଲିଦ୍‌ ବସିର୍‌। ଏମାନଙ୍କ ବାବଦରେ ମଧ୍ୟ ଦିଲ୍ଲୀ ପୁଲିସ୍‌ ତଦନ୍ତ କରିବ।

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍‌ରୁ ଲଢ଼ିଥିଲେ।

Comments are closed.