Odisha Link
Bridging the Missing Links in Odisha

ଟ୍ବିଟରରେ #NoSir ଟ୍ରେଣ୍ଡ, ସୋସିଆଲ ମିଡିଆ ନଛାଡିବାକୁ ଅପିଲ କଲେ ମୋଦିଙ୍କ ସମର୍ଥକ

ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା କଥା। ଗତକାଲି ମୋଦି ଟୁଇଟ କରିଥିଲେ ଯେ, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ଏକଥା ମୋଦି ଟ୍ବିଟ କରିବା ପରେ କ୍ଷଣିକ ମଧ୍ୟରେ ମୋଦିଙ୍କ ସମର୍ଥକ ତାଙ୍କର ଏହି ନିଷ୍ପତ୍ତିକୁ ପସନ୍ଦ କରିନାହାଁନ୍ତି ଓ ସୋସିଆଲ ମିଡିଆ ନଛାଡିବା ପାଇଁ ମଧ୍ୟ ଅପିଲ କରିଛନ୍ତି। ଟ୍ବିଟରରେ #NoSir ଲେଖି ପୋଷ୍ଟ କରୁଛନ୍ତି ମୋଦିଙ୍କ ସମର୍ଥକ।

ଜଣେ ୟୁଜର୍ ଟ୍ବିଟ କରି ଲେଖିଛନ୍ତି, ‘ ୬ ଦିନ ପରେ ମୋଦି ସୋସିଆଲ ମିଡିଆ ଛାଡିବେ। ତେଣୁ ସେ ପର୍ଯ୍ୟନ୍ତ ମୋଦିଙ୍କ ଫଟୋ ମୋ ପ୍ରୋଫାଇଲ ପିକ୍ଚର୍ ରହିବ ଓ ସେ ଛାଡିବା ପରେ ମୁଁ ବି ସୋସିଆଲ ମିଡିଆ ଛାଡିଦେବି’।

https://twitter.com/GeetKrishna2/status/1234530408139837443

ଆଉ ଜଣେ ୟୁଜର୍ ଲେଖିଛନ୍ତି,‘ ହୃଦୟ ଭାଙ୍ଗନ୍ତୁନି ସାର୍ ଆଉ ସୋସିଆଲ ମିଡିଆ ଛାଡନ୍ତୁନି’। କିଛି ଲୋକ ଏହାର କାରଣ ଜାଣିବାକୁ ଚାହିଁଛନ୍ତି।ଏଥିସହ ଆଉ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି,‘ ଆମେ ଜାଣିଛୁ ସୋସିଆଲ ମିଡିଆର ଅପବ୍ୟବହାର ପାଇଁ ଆପଣ ଏହାଠୁ ଦୁରେଇ ଯାଉଛନ୍ତି, ମାତ୍ର ଆପଣଙ୍କ ଆବଶ୍ୟକତା ରହିଛି ’। ଏଥସହିତ ଆଉ ଜଣେ ୟୁଜର ନିର୍ବାଚନ ସମୟର ଏକ ଭିଡିଓ ସେୟାର କରି ମୋଦିଙ୍କ ଲୋକପ୍ରିୟତା ଦର୍ଶାଇଛନ୍ତି।

https://twitter.com/SwamiGeetika/status/1234550149415723010

ସୋସିଆଲ ମିଡିଆରେ ମୋଦିଙ୍କୁ ଅଧିକ ଲୋକ ଫଲୋ କରନ୍ତି । ଟ୍ବିଟରରେ ୫୩.୩ ମିଲିୟନ ଲୋକ ଫଲୋ କରୁଥିବା ବେଳେ ଫେସବୁକରେ ୪୪ ମିଲିୟନ ଓ ଇନଷ୍ଟାଗ୍ରାମରେ ୩୫.୨ ମିଲିୟନ। ସେପ୍ଟେମ୍ବର ୨୦୧୯ ମୋଦିଙ୍କୁ ସର୍ବାଧିକ ଲୋକ ଫଲୋ କରିଥିଲେ। ମୋଦି ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫ୍ୟାନ୍ ଫଲୋୟର୍ସ ପାରି କରିଛନ୍ତି।

Comments are closed.