Odisha Link
Bridging the Missing Links in Odisha

ରାସ୍ତା ମଝିରେ ଦନ୍ତାହାତୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ମଝିରେ ଏକ ଦନ୍ତାହାତୀ ଦେଖିବାକୁ ମିଳିଥିଲା। ହାତୀ ଯୋଗୁଁ ଏକ ଯାତ୍ରୀବାହୀ ବସ ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ।
ସୂଚନା ଅନୁସାରେ, ଉକ୍ତ ବସଟି ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା। ହାତୀଟି ରାସ୍ତା ଓଗାଳିବାରୁ ବସଟି ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା। ରାସ୍ତା ମଝିରେ ହାତୀ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ହାତୀ ଜଙ୍ଗଲ ମଧ୍ୟକୁ ଯିବା ପରେ ବସଟି ଯାଇଥିଲା ବୋଲି ସୂଚନା ମିଳିଛି।

Comments are closed.