Odisha Link
Bridging the Missing Links in Odisha

ବିଜେପି ପାଇଁ ଜାତୀୟ ସ୍ୱାର୍ଥ ସବୁଠୁ ବଡ଼ : ମୋଦି

ନୂଆଦିଲ୍ଲୀ: ଶାନ୍ତି ବଜାୟ ରଖିବାକୁ ମଙ୍ଗଳବାର ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ପାଇଁ ସାଂସଦମାନେ ନେତୃତ୍ୱ ନିଅନ୍ତୁ। ଆଜି ବୈଠକରେ ମୋଦି କହିଛନ୍ତି, “ବିକାଶ ଆମ ମନ୍ତ୍ର। ଶାନ୍ତି, ଏକତା ଏବଂ ଭାତୃଭାବ ବିକାଶ ପାଇଁ ନିତାନ୍ତ ଆବଶ୍ୟକ।” ସେ କହିଛନ୍ତି କିଛି ଦଳ ପାଇଁ ରାଜନୀତିକ ସ୍ୱାର୍ଥ ସବୁକିଛି ହୋଇପାରେ, କିନ୍ତୁ ବିଜେପି ପାଇଁ ଜାତୀୟ ସ୍ୱାର୍ଥ ସବୁଠୁ ବଡ଼ ଅଟେ।

କିଛି ଦିନ ପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଭୟଙ୍କର ହିଂସାରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ହିଂସାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧିଙ୍କ ହଟ୍ଟଗୋଳ ଚାଳିଛି। ଫଳରେ ଉପରାଷ୍ଟ୍ରପତି ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଗତକାଲି ମଧ୍ୟ ଦିଲ୍ଲୀ ହିଂସା ପାଇଁ ଗୃହ ଚାଲି ପାରିନଥିଲା।

Comments are closed.