Odisha Link
Bridging the Missing Links in Odisha

ମଝି ଚିଲିକାରେ ଅଟକିଲା ଡଙ୍ଗା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗାରେ ଫସି ରହିଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସେମାନଙ୍କ ମଧ୍ୟରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଥିବା ଜଣାପଡିଛି। ଜହ୍ନିକୁଦାଠାରୁ ସାତପଡ଼ା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟିକିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, କୃଷ୍ଣପ୍ରସାଦ ଜହ୍ନିକୁଦାରୁ ଏକ ଯାତ୍ରୀବାହୀ ଡଙ୍ଗା ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କିଛି ବାଟ ଗଲା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ଯାଇଥିଲା। ଫସିଥିବା ଡଙ୍ଗାରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଡଙ୍ଗାରେ ଫସିଥିବା ୩୦ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ଆଜି ପରୀକ୍ଷା ଥିବାରୁ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଜରୁରୀ ହୋଇପଡିଛି।

Comments are closed.