Odisha Link
Bridging the Missing Links in Odisha

ପାରାଦୀପର କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ଏସସିବିରେ ଚାଲିଛି ଚିକିତ୍ସା

ପାରାଦୀପ: ଓଡ଼ିଶାରେ କରୋନା ଚିହ୍ନଟ ହୋଇନି, କିନ୍ତୁ କରୋନା ଭୟ ରାଜ୍ୟବାସୀଙ୍କୁ ଘାରିଛି। ଗତକାଲି ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବାକୁ ନେଇ ଦେଖାଦେଇଛି ଭୟ। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା।

ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା । ଆଜି ଭୁବନେଶ୍ବର ଆରଏମଆରସି ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ସେମାନଙ୍କ ରକ୍ତ ଓ ଲାଳ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍ ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରେ ରଖାଯାଇଥିବା ବେଳେ ୪୨ ଜଣ ଘରେ ଆଇସୋଲେସନ୍ ରେ ରହିଛନ୍ତି ।

Comments are closed.