ସେନା ଶିବିରରେ ଅଗ୍ନିକାଣ୍ଡ; ୧ ଯବାନ ଶହୀଦ

ଶ୍ରୀନଗର : କାଶ୍ମୀର କୁପଓ୍ବାଡା ଜିଲ୍ଲା ସେନା ଶିବିରରେ ଗତକାଲି ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଜଣେ ଯବାନ ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ତିନୋଟି ନିର୍ମାଣ, ଦୁଇଟି ଗାଡି ଏବଂ ଅନେକ ତେଲ ଟ୍ୟାଙ୍କର ପୋଡି ପାଉଁଶ ହୋଇଯାଇଛି। ଏ ନେଇ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଅଗ୍ନିକାଣ୍ଡ ସନ୍ଧ୍ୟା ୬ ଟାରେ ହୋଇଥିଲା। ସନ୍ଧ୍ୟାରେ ଏକ ସିଆରପିଏଫ କର୍ମଚାରୀଙ୍କ ହାତରୁ କିରୋସିନ ତେଲର ଏକ ଜାର୍ ଖସିଗଲା।ପାଖରେ ଥିବା ଷ୍ଟୋଭରୁ ନିଆଁ ଲାଗି ଏହା ଜଳିଯାଇଥିଲା। ନିଆଁ ଲାଗି ଶିବିରରେ ଥବା ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଥିଲା ଏବଂ ଶିବିରର ଆଖପାଖ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିଲ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.