Odisha Link
Bridging the Missing Links in Odisha

୭ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ: ଆଜି କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଳୋକସଭାରେ ହଙ୍ଗାମା କରୁଥିବା କାରଣରୁ ବାଚସ୍ପତି ୭ ସାଂସଦଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବା ସହ ଗୃହରେ ହଙ୍ଗାମା କରିଥିଲେ। ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ।

Comments are closed.