Odisha Link
Bridging the Missing Links in Odisha

ଇପିଏଫ୍‌ ସୁଧହାର ୦.୧୫% କମିଲା

ନୂଆଦିଲ୍ଲୀ: ଇପିଏଫ୍‌’ ସୁଧହାର ୦.୧୫% କମିଲା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ସୁଧ ହାରକୁ ୦.୧୫ ପ୍ରତିଶତ କମାଇ ଦେଇଛନ୍ତି। ୦.୧୫ ପ୍ରତିଶତ ସୁଧହାର କମିବା ପରେ ଏବେ ସୁଧହାର ୮. ୫ ପ୍ରତିଶତ ହୋଇଛି। ଆଜି ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ଏକଥା ଘୋଷଣା କରିଛନ୍ତି।

ସୁଧହାର କମିବ ବୋଲି ପୂର୍ବରୁ ସମ୍ଭାବନା ଦେଖାଦେଇଥିଲା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ନିବେଶ ଉପରେ କମ୍ ରିଟର୍ଣ୍ଣ ଏହା ପଛରେ ମୁଖ୍ୟ କାରଣ ହୋଇପାରେ। ୨୦୧୯ ଆର୍ଥିକ ବର୍ଷରେ, ସୁଧ ହାର ୮.୬୫ ପ୍ରତିଶତ ଥିଲା। ସୁଧହାର ହ୍ରାସ ପାଇବାରୁ ଏବେ ବେତନ ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ୦. ୧୫% କମ୍‌ ସୁଧ ପାଇବେ।

Comments are closed.