Odisha Link
Bridging the Missing Links in Odisha

ମଣିଷ ପରେ ଏବେ କୁକୁର ଠାରେ କରୋନା

ହଂକଙ୍ଗ୍‌: ସାରା ବିଶ୍ବରେ କରୋନା ଭୂତାଣୁ ଏହାର କାୟା ବସ୍ତାର କରି ଅଣାୟତ୍ତ କରୁଥିବା ବେଳେ କରୋନା ଭୂତାଣୁ ଏବେ ଏକ ସଂକ୍ରମିତ ପୋଷା କୁକୁର ଠାରେ ଦେଖା ଦେଇଛି। ମଣିଷ ଦେହରୁ ପ୍ରାଣୀ ଦେହକୁ ଭୂତାଣୁ ସଂକ୍ରମଣର ଏହା ପ୍ରଥମ ଘଟଣା ବୋଲି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି। ହଂକଂରେ ଜଣେ ମହିଳାଙ୍କ ପୋଷା କୁକୁର ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏବେ ପୀଡିତ କୁକୁରକୁ ପଶୁ କେନ୍ଦ୍ରରେ ଅଲଗା ରଖାଯାଇଛି। ସ୍ଥାନୀୟ କୃଷି, ମତ୍ସ୍ୟ ସଂରକ୍ଷଣ ବିଭାଗ (ଏଫସିଡି) ପାଲମେରିଆ କୁକୁରର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି କରୋନାରେ ପୀଡିତ ଥିବା ସୂଚନା ଦେଇଛନ୍ତି।

ଏହି କୁକୁରଟି କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ଜଣେ ୬୦ ବର୍ଷୀୟ ମହିଳାଙ୍କର ବୋଲି ଜଣାପଡ଼ିଛି। ଏହି କୁକୁରକୁ ‘ଆନିମଲ୍‌ ସେଣ୍ଟର୍‌’ରେ ପୃଥକ୍‌ ରଖାଯାଇ କୃଷି, ମତ୍ସ୍ୟ ଏବଂ ସଂରକ୍ଷଣ ବିଭାଗ ସଂକ୍ରମିତ କୁକୁରଟିକୁ ବାରମ୍ବାର ପରୀକ୍ଷା କରିଛନ୍ତି। ପ୍ରତି ପରୀକ୍ଷାରେ ସେ କୁକୁର ଦେହରେ ଆଂଶିକ ସଂକ୍ରମଣ ଥିବା ଜଣାପଡୁଛି। ମଣିଷ ଦେହରୁ ଭୂତାଣୁ ପ୍ରାଣୀ ଦେହକୁ ସଂକ୍ରମିତ ହେବାରେ ଏହା ସମ୍ଭବତଃ ପ୍ରଥମ ଘଟଣା ବୋଲି ‘ଓ୍ଵର୍ଲଡ୍‌ ଅର୍ଗାନାଇଜେସନ୍‌ ଫର୍‌ ଆନିମଲ୍‌ ହେଲ୍‌ଥ୍‌’ର ବିଶେଷଜ୍ଞମାନେ କହିଛନ୍ତି। କରୋନାକୁ ଆଖି ଆଗରେ ରଖି ହଂକଙ୍ଗ୍‌ ସରକାର ଶୁକ୍ରବାର ଠାରୁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଭାଇରସ୍‌ରେ ଆକ୍ରାନ୍ତ ସମସ୍ତ ପୋଷାଜନ୍ତୁଙ୍କୁ ୧୪ ଦିନ ଲାଗି ପୃଥକ୍‌ ରଖାଯିବ ବୋଲି ସରକାର କହିଛନ୍ତି।

Comments are closed.