Odisha Link
Bridging the Missing Links in Odisha

ପୁରୀରେ କରୋନା ମୁକାବିଲା ବୈଠକ

ପୁରୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ କରୋନା ମୁକାବିଲା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହ ହୋଟେଲମାନଙ୍କୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି।
ବିଦେଶୀ ପର୍ଯ୍ୟଟକମାନଙ୍କ ପୁରା ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ, ତେବେ ସିଡିଏମଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ରେଳ ଷ୍ଟେସନ ଓ ବସ୍‌ ଷ୍ଟାଣ୍ଡରେ ସ୍କ୍ରିନିଂ କରାଯିବ। ପୁରୀରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡ କରାଯାଇଛି।

Comments are closed.