Odisha Link
Bridging the Missing Links in Odisha

ମହିଳା ଟି-୨୦ ବିଶ୍ବକପ୍: ବର୍ଷା ପାଇଁ ପ୍ରଥମ ସେମି ବାତିଲ, ଫାଇନାଲରେ ଟିମ୍‌ ଇଣ୍ଡିଆ

ସିଡନି: ୨୦୨୦ ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳ ହେବା ପୂର୍ବରୁ ସିଡନୀରେ ଲଗାଣ ବର୍ଷା ଲାଗି ରହିଥିଲା ଯାହା ଫଳରେ ଟସ୍‌ ମଧ୍ୟ ପଡ଼ି ପାରିନଥିଲା। ବର୍ଷା ନଛାଡ଼ିବାରୁ ପ୍ରଥମ ସେମି ମ୍ୟାଚକୁ ବାତିଲ କରିଦେଇଛି ଆଇସିସି। ସେମି ଫାଇନାଲ ପାଇଁ ରିଜର୍ଭ ଡେ ନଥିବାରୁ ଗ୍ରୁପ୍‌ ଷ୍ଟେଜରେ ଉନ୍ନତ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ ଚଳିତ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି।

ମ୍ୟାଚ ନଖେଳି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳ ଖୁସି ମନାଉଥିବା ବେଳେ ଇଂଲଣ୍ଡ ଦଳକୁ ନିରାଶ ହେବାକୁ ପଡ଼ିଛି। ଏଥିସହିତ ବିଶ୍ବକପ୍‌ ମହାକୁମ୍ଭରୁ ବିଦାୟ ନେଇଛି ଇଂଲଣ୍ଡ ଦଳ।

Comments are closed.