Odisha Link
Bridging the Missing Links in Odisha

ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ବିମଲ ଜୁଲ୍କା

ନୂଆଦିଲ୍ଲୀ : ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ବିମଲ ଜୁଲ୍କା। ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିମଲ ଜୁଲ୍କାଙ୍କୁ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି। ବିମଲ ଜୁଲ୍କାଙ୍କୁ ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିମଲ ଜୁଲ୍କା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶୁକ୍ରବାର ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୁଲ୍କାଙ୍କୁ ରାଷ୍ଟ୍ରପତି କେନ୍ଦ୍ରୀୟ ସୂଚନା ଆୟୋଗରେ ସିଆଇସି ପଦରେ ଶପଥ ଗ୍ରହଣ କରାଇଛନ୍ତି। ଜାନୁଆରୀ ୧୧ରେ ସୁଧୀର ଭାର୍ଗବ ଅବସର ନେବା ପରେ ସୂଚନା ଆୟୋଗର ମୁଖ୍ୟ ପଦ ଖାଲି ପଡ଼ିଥିଲା। ଆୟୋଗରେ ସିଆଇସି ସମେତ ସୂଚନା ଆୟୋଗର ୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ବର୍ତ୍ତମାନ ୬ଜଣ ସୂଚନା କମିଶନର ରହିଥିବା ସୂଚନା ମିଳିଛି।

Comments are closed.