Odisha Link
Bridging the Missing Links in Odisha

କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍‌

କଟକ: ସିଙ୍ଗାପୁର ଦେଇ ପାରାଦୀପରେ ପହଞ୍ଚିଥିବା ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତରେ ସନ୍ଦେହ କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ଏବଂ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପୁଣେ ସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିଲା। ଗୁରୁବାର ଉଭୟଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିଯାଇଛି। ରିପୋର୍ଟରେ ନେଗେଟିଭ୍‌ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଏମ୍‌.ଟି. କେମଷ୍ଟାର୍‌ ଷ୍ଟେଲାର୍‌ ନାମକ ଏକ ସଲ୍‌ଫ୍ୟୁରିକ ଏସିଡ୍‌ ବୋଝେଇ ଜାହାଜ କିଛିଦିନ ତଳେ ପାରାଦୀପରେ ପହଞ୍ଚିଥିଲା। ଏଥିରେ ଥିବା ଏକ ଦମ୍ପତି ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ଥିଲେ। ବନ୍ଦର ହେଲ୍‌ଥ ୟୁନିଟ୍‌ର ଏକ ସ୍ବତନ୍ତ୍ର ଦଳ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ମଙ୍ଗଳବାର କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲା। ସେଠାରେ ଉଭୟଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା। ବୁଧବାର ସେମାନଙ୍କ ରକ୍ତ ଏବଂ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।

Comments are closed.