Odisha Link
Bridging the Missing Links in Odisha

କରୋନା ପାଇଁ ସେନସେକ୍ସ ହାର ହ୍ରାସ

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରୁଛି। ଭାରତରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢି ୩୧ ଛୁଇଁଲାଣି। ପ୍ରାଣଘାତୀ କରୋନା ପାଇଁ ସମଗ୍ର ବିଶ୍ବ ଚିନ୍ତିତ ଥିବା ବେଳେ ଏବେ ଏହାର ପ୍ରଭାବ ବ୍ୟବସାୟରେ ଉପରେ ପଡ଼ିଛି। କରୋନା ଯୋଗୁଁ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି। ଆଜି ସେନସେକ୍ସ ୧,୪୫୦ ପଏଣ୍ଟ ହ୍ରାସ ପାଇ ୩୭,୦୮୪.୫୭ ପଏଣ୍ଟରେ ଖୋଲିଛି। ସେହିପରି ନିଫ୍ଟି ୪୨୯.୬୫ ପଏଣ୍ଟ ହ୍ରାସ ପାଇ ୧୦୮୩୯.୬୫ ପଏଣ୍ଟରେ ଖୋଲିଛି।

ସାରା ବିଶ୍ୱରେ କରୋନା ପାଇଁ ବ୍ୟବସାୟିକ ସ୍ଥିତି ହ୍ରାସ ପାଇଛି। ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ୧.୮୯ ପ୍ରତିଶତ ହୋଇଥିବା ବେଳେ ଛୋଟ କ୍ୟାପ୍ ଇଣ୍ଡେକ୍ସ ୧.୦୭ ପ୍ରତିଶତ ହ୍ରାସ ହୋଇଛି। ଆଜି ତୈଳ ଏବଂ ଗ୍ୟାସ ଷ୍ଟକର ଦୁର୍ବଳତା ମଧ୍ୟ ଦେଖାଯାଇଛି। ବିଏସଇର ତୈଳ ଏବଂ ଗ୍ୟାସ ସୂଚକାଙ୍କ ୩.୨ ପ୍ରତିଶତ ଦୁର୍ବଳ ହୋଇଛି। ଖାଲି ଭାରତ ନୁହେଁ କରୋନା ପାଇଁ ଆମେରିକାର ଷ୍ଟକ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି।

Comments are closed.