Odisha Link
Bridging the Missing Links in Odisha

ଇଞ୍ଜିନିୟରିଂ କଲେଜ ତାଲିକାରେ ସୋଆ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଇ.ଆଇ.ଟି ଓ ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଚୁ୍ୟଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଓ ରିସର୍ଚ୍ଚ (ଆଇଟିଇଆର୍) ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନୀତ ହୋଇଛି।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସ୍ନାଲ୍ ଇନଷ୍ଟିଚୁ୍ୟସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱର୍କ ଦ୍ୱାରା ୨୦୧୯ରେ ପ୍ରସ୍ତୁତ ତାଲିକାରେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଦେଶରେ ୩୨ ତମ ସ୍ଥାନରେ ରହିଥିଲା। ମାତ୍ର ଏହି ତାଲିକାରୁ ଆଇ.ଆଇ.ଟି ଓ ଏନ୍.ଆଇ.ଟି ଗୁଡ଼ିକୁ ବାଦ ଦେଲେ ସୋଆ ପ୍ରଥମ ଦଶଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ନବମ ସ୍ଥାନରେ ରହିଛି। ୨୦୦୭ରେ ପ୍ରତିଷ୍ଠିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ବେଶ ପ୍ରସିଦ୍ଧି ହାସଲ କରିଛି । ଇଞ୍ଜିନିୟରିଂ, ମେଡିସିନ୍, ଡେଂଟାଲ୍ ସାଇନ୍ସେସ୍ ଫାର୍ମାସୀ, ବିଜନେସ୍, ନର୍ସିଂ, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଓ ଟୁରିଜିମ୍ ମ୍ୟାନେଜମେଂଟ, କୃଷି ଏବଂ ଆଇନ୍ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ପାଠ୍ୟକ୍ରମ ସହ ଡକ୍ଟରେଟ୍ ପାଠ୍ୟକ୍ରମ ରହିଛି। ସୋଆ ଲଗାତର ୪ ବର୍ଷ ଧରି ଏନଆଇଆରଏଫ ତାଲିକାରେ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି।

Comments are closed.