Odisha Link
Bridging the Missing Links in Odisha

ସ୍କୁଲ ଅଟୋକୁ ପିଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୮ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଅଟୋ ଯୋଗେ ନେବା ଆଣିବା କରିବାକୁ ସରକାର ବ୍ୟାନ୍ କରିଛନ୍ତି। ଏହା ସତ୍ତ୍ବେ ଅଟୋରେ ସ୍କୁଲ ଛାତ୍ରଛାତ୍ରୀମାନେ ଯିବାଆସିବା କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ନିକଟରେ ହାଇଓ୍ବା ଟ୍ରକ୍ ପଛରେ ସ୍କୁଲ ଅଟୋ ପିଟି ହେବାରୁ ଦୁର୍ଘଟଣା ଘଟିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ଜଣ ଛାତ୍ରଛାତ୍ରୀ। ଅଟୋ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆଜି କାଦୁଆ ଗାଁରୁ ୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ କାମାକ୍ଷାନଗରର ଏକ ବେସରକାରୀ ଶିକ୍ଷାନୁଷ୍ଠାନକୁ ଆସୁଥିବା ବେଳେ ଆଳତୁମା ନିକଟରେ ଠିକା କମ୍ପାନୀର ହାଇଓ୍ବା ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଥିଲା ଅଟୋ। ଅଟୋରେ ଥିବା ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ଅଟୋରେ ଛାତ୍ରଛାତ୍ରୀଙ୍କୁ ଅସୁରକ୍ଷିତ ଭାବେ ପରିବହନ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।୩ ଚକିଆ ଅଟୋକୁ ସରକାର ବ୍ୟାନ୍ କରିଥିବା ବେଳେ କାମାକ୍ଷାନଗରର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅଟୋରେ ନେବା ଆଣିବା କରାଯାଉଛି।

Comments are closed.