Odisha Link
Bridging the Missing Links in Odisha

ଆମେ ହାତ ଟେକି ଦେଇଛୁ: ସୁର

ଭୁବନେଶ୍ୱର: ଆମେ ହାତ ଟେକି ଦେଇଛୁ। ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆମେ ହାତ ଟେକି ଦେଇଛୁ। ନିର୍ବାଚନରେ କଂଗ୍ରେସ ଅଂଶଗ୍ରହଣ କରିବ କି ନକରିବ ସେ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୁର ରାଉତରାୟ କହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବା ପ୍ରସଙ୍ଗରେ ବିଜେପି ବିଧାୟକ କେ. ନାରାୟଣ ଦେଓ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଦିଲ୍ଲୀରେ କିଛି ବିଜେପି ବିଧାୟକ ବସି ମତ ପ୍ରକାଶ କରିଛନ୍ତି। ବିଜେପି ପ୍ରାର୍ଥୀ ଦେଉ ବୋଲି ସେ କହିଛନ୍ତି। ତେବେ ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କେ. ନାରାୟଣ ଦେଓ କହିଛନ୍ତି।
ପ୍ରକାଶ ଯେ, ଆସନ୍ତା ୨୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନ । ୫୫ଟି ଆସନ ପାଇଁ ଏହି ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୫ଟି ଆସନ ମଧ୍ୟରେ ରହିଛି ଓଡ଼ିଶାର ୪ଟି ଆସନ। ୧୩ ପର୍ଯ୍ୟନ୍ତ ନାମାଙ୍କନ, ୧୬ରେ ଯାଞ୍ଚ ଓ ୧୮ ସୁଦ୍ଧା ପ୍ରାର୍ଥିତ୍ୱ ପ୍ରତ୍ୟାହାର ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Comments are closed.