Odisha Link
Bridging the Missing Links in Odisha

ଆଜିଠୁ ସବୁ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରୁଛି। ଭାରତରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢି ୩୧ ଛୁଇଁଲାଣି। ଭାରତରେ କରୋନା ସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଭାରତ ସରକାର। ଆଜିଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

ଦିଲ୍ଲୀରେ ଥିବା ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା ନିଜେ ତଦାରଖ କରିବା ସହ ଥର୍ମାଲ ସ୍କାନିଂରେ ନିଜର ପରୀକ୍ଷା କରାଇ ଏହା କିପରି କାମ କରୁଛି ତାହା ବୁଝିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ। ଏଥିସହ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦର ଗୁଡିକରେ ଥର୍ମାଲ ସ୍କାନିଂ ଓ ଫର୍ମ ପୂରଣ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

Comments are closed.