Odisha Link
Bridging the Missing Links in Odisha

ମହିଳା ଦିବସ ଭେଟି ଦେଲା ‘ମୋ ବସ୍’, ଦିନକ ପାଇଁ ମାଗଣାରେ ଯାତ୍ରା କରିବେ ମହିଳା

ଭୁବନେଶ୍ବର: ସାରା ବିଶ୍ବ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରେ। ଏଥିପାଇଁ ମହିଳା ଦିବସରେ ମହିଳା ମାନଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରିବ କ୍ରୁଟ। ଆନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ ଆଜି କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନେ ମୋ’ ବସରେ ମାଗଣାରେ ବସି ଯାତ୍ରା କରିପାରିବେ। ମୋ’ ବସରେ ଯିବା ପାଇଁ ସେହିଦିନ ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବନି ବୋଲି ସେ କହିଛନ୍ତି। ଏଥିସହିତ ସେ କହିଥିଲେ ଯେ ଆରମ୍ଭରୁ ମୋ’ ବସରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏପରିକି ମୋ’ ବସରେ ଅନେକ ମହିଳା କର୍ମୀମାନଙ୍କୁ ନିଯୁକ୍ତ କରାଯାଇଛି। ଏହାଦ୍ୱାରା ମୋ’ ବସର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଟୁଇନ୍ ସିଟି ବାସୀଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇବା ପାଇଁ ଏହି ମୋ’ ବସ ସେବା ଆରମ୍ଭ କରାଯାଇଛି। ଏଥିରେ ଲୋକମାନେ କମ୍ ଟଙ୍କାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁଛନ୍ତି।

Comments are closed.