ରାଜ୍ୟସଭା ନିର୍ବାଚନ: ନିରଞ୍ଜନ କହିଲେ, ଆମ ବିଧାୟକ ଭୋଟ ଦେବେନି

ଭୁବନେଶ୍ୱର: ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛି ବିଜେଡି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ ରାଜ୍ୟସଭା ଯିବା ଏକପ୍ରକାର ନିଶ୍ଚିତ। ୪ର୍ଥ ଆସନ ପାଇଁ ବିଜେଡି ପାଖେ ସଂଖ୍ୟା ନଥିଲେ ସୁଦ୍ଧା ପ୍ରାର୍ଥୀ ନାମ ଘୋଷଣା କରିଛି ବିଜେଡି।
ଅପରପକ୍ଷେ ବିଧାନସଭାରେ କଂଗ୍ରେସ ସଂଖ୍ୟା କମ୍ ଥିବା ହେତୁ ରାଜ୍ୟସଭା ପ୍ରାର୍ଥୀ ଦେଇ ପାରିବ ନାହିଁ କଂଗ୍ରେସ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଆମ ବିଧାୟକ ଭୋଟ ଦେବେ ନାହିଁ। ଆମର ତ ପ୍ରାର୍ଥୀ ନାହାନ୍ତି କଣ ପାଇଁ ଭୋଟ ଦେବୁ।
ଆହୁରି କହିଛନ୍ତି ଯେ, ଆମେ ବିଜେପି କିମ୍ବା ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ। ତେବେ କଂଗ୍ରେସ ଭୋଟଦାନରୁ ବିରତ ରହିଲେ ବିଜେଡିକୁ ସୁହାଇବା ସ୍ପଷ୍ଟ ଜଣାପଡ଼ୁଛି।