Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ସଂପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟେସ୍‌ ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଲେ ଶକ୍ତିକାନ୍ତ। ଏଥିସହିତ ସେ କହୁଛନ୍ତି ଯେ, ଷ୍ଟେଟବ୍ୟାଙ୍କ ସହାୟତାରେ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ହେଉଛି। ଯଦି ଆବଶ୍ୟକ ପଡ଼େ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କକୁ ପାଣ୍ଠି ଦେବ।

ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ, ଅଯଥା ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ଶକ୍ତିକାନ୍ତ।। ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ପରେ ଜମାକାର ଟଙ୍କା ଉଠାଇ ପାରିବେ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ।