କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ ଭାରତର ପ୍ରଥମ ସାମୁଦ୍ରିକ ମହିଳା ପାଇଲଟ୍

କୋଲକାତା: କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ ଭାରତର ପ୍ରଥମ ସାମୁଦ୍ରିକ ମହିଳା ପାଇଲଟ୍। ସେ ଜ୍ୱର ଓ କାଶରେ ରୋଗରେ ପୀଡିତ। ତେଣୁ ତାଙ୍କୁ କୋଲକାତାର ଆଇଡି ଏବଂ ବିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିରୀକ୍ଷଣ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଯେଉଁଠାରେ ସନ୍ଦେହଜନକ COVID-19 ରୋଗୀଙ୍କୁ ରଖାଯାଉଛି।
ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସୋମବାର ରାତିରୁ ଡାକ୍ତରଙ୍କ ନଜରରେ ରଖାଯାଇଛି। ସେ କଲମ୍ବୋରୁ ଫେରିଥିଲେ ଏବଂ ଜ୍ୱର ଓ କାଶରେ ପୀଡିତ ଥିଲେ ବୋଲି କୋଲକାତା ବନ୍ଦର ଟ୍ରଷ୍ଟ ମୁଖପାତ୍ର ସଞ୍ଜୟ ମୁଖାର୍ଜୀ କହିଛନ୍ତି।ଆଇ.ଡି.ର ଜଣେ ଡାକ୍ତର କହିଛନ୍ତି, “ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଉଛି, ତାଙ୍କୁ ନିରୀକ୍ଷଣ ୱାର୍ଡରେ ରଖାଯାଇଛି। ମାର୍ଚ୍ଚ ୨୦୧୯ରେ ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ।
ସୂଚନାଯୋଗ୍ୟ, ଏଯାବତ୍ ଭାରତରେ କରୋନା ଭୂତାଣୁରେ ୩ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଏଯାଏ କୋଲକାତାରେ କୌଣସୀ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହୋଇନାହାନ୍ତି।