Odisha Link
Bridging the Missing Links in Odisha

ବଜ୍ରକାପ୍ତାରୁ ବ୍ୟାପିଛି କରୋନା!

ଓଏସ୍‌ ବ୍ୟୁରୋ: ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି। ତେବେ କେଉଁଠୁ ଆସିଲା ଏ କରୋନା ଭାଇରସ୍‌ ବା କୋଭିଡ୍-୧୯? କ’ଣ ଏ ରୋଗର ସୂତ୍ର?

ଏଯାବତ୍‌ ଗବେଷକମାନେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି ପାରି ନଥିଲେ ହେଁ ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ନେଇ ସନ୍ଦେହ ଉପୁଜିଛି। ପ୍ରଥମ: ଏହା ସମ୍ଭାବ୍ୟ ଜୈବିକ ଅସ୍ତ୍ର ହୋଇପାରେ। ଦ୍ବିତୀୟ: ଏହା ଜନ୍ତୁଙ୍କ ଠାରୁ ଆସିଥାଇ ପାରେ। ବଜ୍ରକାପ୍ତା ଠାରୁ କରୋନା ଭୂତାଣୁ ଆସିଥାଇ ପାରେ ବୋଲି ଚୀନର ଏକ ବୈଞ୍ଜାନିକ ଦଳ ଆଶଙ୍କା କରିଛନ୍ତି।

କିଛିଦିନ ତଳେ ଓଡ଼ିଶାରେ ବଜ୍ରକାପ୍ତା ଚୋରାଚାଲାଣ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏପରିକି ଏ ଚୋରାଚାଲାଣର ଚେର ଚୀନ ଯାଏଁ ଲମ୍ବି ଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ସେହି ବଜ୍ରକାପ୍ତା ଠାରୁ ମଣିଷ ଶରୀରକୁ କରୋନା ଭୂତାଣୁ ଆସିଛି ବୋଲି ଚୀନର କିଛି ଗବେଷକ ଏବେ ମତବ୍ୟକ୍ତ କରିଛନ୍ତି।

ଚୀନର ଉହାନ୍‌ ଆମିଷ ବଜାରରେ ବିଭିନ୍ନ ପ୍ରଜାତିର ପଶୁମାଂସ ସାଙ୍ଗକୁ ବଜ୍ରକାପ୍ତା ମାଂସ ମଧ୍ୟ ବିକ୍ରି ହେଉଥିଲା। ଏହା ଛଡ଼ା ବଜ୍ରକାପ୍ତାର କଠିନ ଆଚ୍ଛାଦନ ମଧ୍ୟ ବେଶ୍‌ ଚଢ଼ାଦରରେ ବିକ୍ରି ହେଉଥିଲା। ବଜ୍ରକାପ୍ତା ଚୀନରେ ପାରମ୍ପରିକ ଚିକିତ୍ସା ପଦ୍ଧିତିରେ ବ୍ୟବହୃତ ହୋଇଥାଏ। ବାଦୁଡ଼ି ଠାରୁ ବଜ୍ରକାପ୍ତା ଶରୀରକୁ କରୋନା ଭୂତାଣୁ ଆସିଥିବାର ଅନୁମାନ କରାଯାଉଛି।

Comments are closed.