Odisha Link
Bridging the Missing Links in Odisha

ନିଜ ବିବାହ ରହସ୍ୟରୁ ପରଦା ଉଠାଇଲେ ଅଭିନେତ୍ରୀ ଜୁହି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜୁହି ଚାଓଲା ନିଜ ଅଭିନୟର ଯାଦୁରେ ଅନେକଙ୍କ ମନକିଣି ନେଇଛନ୍ତି । ସେ ଲୁଚାଛପାରେ ୧୯୯୫ ମସିହାରେ ଜୟ ମେହେଟାଙ୍କ ସହ ବିବାହ କରିଥିଲେ । ତାଙ୍କ ଏହି ବିବାହରେ କେବଳ କେତେ ଜଣ ବନ୍ଧୁ ପରିଜନ ହିଁ ଉପସ୍ଥିତ ଥିଲେ ।

ସେ ଏବେ ତାଙ୍କ ପ୍ରେମ ବିବାହକୁ ନେଇ ଏକ ସାକ୍ଷାତକାରରେ କହିଥିଲେ , ବଲିଉଡରେ ପ୍ରବେଶ ପୂର୍ବରୁ ହିଁ ତାଙ୍କର ଜୟଙ୍କ ସହ ଦେଖା ହୋଇଥିଲା । କିନ୍ତୁ ମଝିରେ ଏହି ସମ୍ପର୍କ ଭାଙ୍ଗିଥିବା ବେଳେ ପୁଣି କିଛି ବର୍ଷ ପରେ ସାଙ୍ଗର ଏକ ରାତ୍ରି ଭୋଜନରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା ।

ତାହା ପରେ ହିଁ ଆମ ସମ୍ପର୍କ ଧୀରେ ଧୀରେ ମଜବୁତ ହେବାରେ ଲାଗିଲା । ଜୁହିଙ୍କ ଅନୁଯାୟୀ, ବହୁ ସମୟରେ ଜୟ ତାଙ୍କୁ ଫୁଲ ତଥା ଉପହାର ମାନ ଦେଇଥାନ୍ତି । ଏମିତିକି ଏକ ଜନ୍ମ ଦିନରେ ତାଙ୍କୁ ଏକ ଟ୍ରକ ଭର୍ତ୍ତି ଲାଲ ଗୋଲାପ ଉପହାର ଭାବେ ଦେଇଥିଲେ ।

୧୯୮୪ ମସିହାରେ ମିସ ଇଣ୍ଡିଆ ହେବା ପରେ ହିଁ ଅଭିନୟ ଜଗତରେ ପାଦ ଥାପିବେ ବୋଲି ନିଷ୍ପତି ନେଇଥିଲେ । କୟାମତ ସେ କାୟମତ ତକ, ବୋଲ ରାଧା ବୋଲ, ସ୍ୱର୍ଗ, ହମ ହେଁ ରାହି ପ୍ୟାର କେ , ଡର, ୟେସ ବୋଷ ପରି ସିନେମା ମାନ ଭେଟି ଦେଇଥିଲେ ।

ଜୁହିମୁଁ ନିଜ କ୍ୟାରିୟରକୁ ଆଗକୁ ବଢାଇବାକୁ ଚାହୁଁଥିଲି । ଠିକ ସେହି ସମୟରେ ହିଁ ବିବାହ ହଟାତ ହେବା କାରଣରୁ ମୁଁ ଏକଥା କାହାକୁ ବି କହି ନଥିଲି । ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭିଉ ଦେବା ସମୟରେ କହିଛନ୍ତିକି, ‘ସେହି ସମୟରେ ଇନ୍ଟରନେଟ ସୁବିଧା ନଥିଲା କି ପ୍ରତି ଫୋନରେ କ୍ୟାମେରା ସୁବିଧା ନଥିଲା । ସେ ସମୟରେ ଇଣ୍ଡଷ୍ଟ୍ରିରେ ବି ମୋର ଖୁବ ନାଁ ଥିଲା ।

Comments are closed.