ଆରଟିଓ ଅଫିସ୍ରେ ଭିଡ଼ ନ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଛି। ସପିଂ ମଲ୍, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟତ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି କାମ ପାଇଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଆରଟିଓ ଅଫିସ୍ରେ ପ୍ରବଳ ଭିଡ଼ ହେଉଥିବାରୁ ଭିଡ଼ ନ କରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପରାମର୍ଶ ଦେଇଛନ୍ତି। ଏକସଙ୍ଗେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ବସ୍ ଷ୍ଟାଣ୍ଡରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ବସ୍ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବ। ବସ୍ ମାଲିକ ସଂଘ ଓ ପରିବହନ ବିଭାଗ ମିଳିତ ଭାବେ ମାସ୍କ ଯୋଗାଇବେ। ବସ୍ ଷ୍ଟାଣ୍ଡଗୁଡ଼ିକୁ ମଧ୍ୟ ସାନିଟାଇଜ୍ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।