Odisha Link
Bridging the Missing Links in Odisha

ହଲିଉଡ ଅଭିନେତ୍ରୀ ଓଲଗା କରୋନା ଭାଇରସରେ ଆକ୍ରାନ୍ତ

ମୁମ୍ବାଇ :  କରୋନାର ଭୟ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଟମ ହାଂକସଙ୍କ ପରେ ଏବେ ଆଉ ଜଣେ ହଲିଉଡ ସେଲିବ୍ରିଟି କରୋନା ଭାଇରସର ଶିକାର ହୋଇଛନ୍ତି । ଜେମ୍ସ ବଣ୍ଡଙ୍କ ‘କ୍ୱାଣ୍ଟମ ଅଫ ସୋଲେସ’ ରେ ନଜର ଆସିଥିବା ଓଲଗା କୁରିଲେଙ୍କ ଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଭିନେତ୍ରୀ ଜଣକ ନିଜେ ଇନଷ୍ଟାଗ୍ରାମ ପେଜରେ ନିଜ ରୋଗ ବିଷୟରେ ସୂଚନା ଦେଇଛନ୍ତି ।

https://www.instagram.com/p/B9w1fGQhllp/

ସେ ଲେଖିଛନ୍ତି, ‘ରିପୋର୍ଟ ପଜିଟିଭ ଆସିବା ପରେ ଘରେ ବନ୍ଦୀ ଅଛି । ମୁଁ ପୂରା ସପ୍ତାହେ ହେବ ଅସୁସ୍ଥ ଅଛି। ମୋତେ ଜ୍ୱର ଏବଂ ଥଣ୍ଡା ହୋଇଛି । ଆପଣ ସମସ୍ତେ ନିଜର ଧ୍ୟାନ ରଖନ୍ତୁ ଏବଂ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ’ ।
୪୦ ବର୍ଷୀୟା ଓଲଗା ଏହି ପୋଷ୍ଟକୁ ଇଂଲିଶରେ ଲେଖିବା ସହ ରୁଷରେ ବି ଲେଖିଛନ୍ତି। ଏହି ଖବର ପରେ ତାଙ୍କ ଫ୍ୟାନମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.