Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ରାଜନୀତି: ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି, କମଲନାଥଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ । କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଅଦାଲତ କମଲନାଥ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଚାରପତି କହିଛନ୍ତି ଯେ, ସେ ଦ୍ବିତୀୟ ପକ୍ଷଙ୍କ କଥା ମଧ୍ୟ ଶୁଣିବାକୁ ଚାହୁଁଛନ୍ତି। ଏବେ ମାମଲା ଉପରେ ଆସନ୍ତାକାଲି ସକାଳ ସାଢେ ୧୦ଟା ସମୟରେ ଶୁଣାଣି ହେବ। ଅନ୍ୟପଟେ ରାଜ୍ୟପାଳ ପୁଣିଥରେ କମଲନାଥଙ୍କୁ ପତ୍ର ଲେଖି ମଙ୍ଗଳବାର ବିଧାନସଭାରେ ବହୁମତ ପ୍ରମାଣ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ୯ଜଣ ବିଜେପି ବିଧାୟକ ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୋମବାର ବିଧାନସଭାର ବାଚସ୍ପତି ଏମ୍.ପି. ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରି ସରକାରଙ୍କୁ ଗୃହରେ ବହୁମତ ପରୀକ୍ଷା କରିବାକୁ ନ କହି ଗୃହକୁ ଚଳିତ ମାସ ୨୬ ତାରିଖ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଶ୍ରୀ ଚୌହାନ ଓ ଅନ୍ୟ ୯ ଜଣ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ଉପରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ହେମନ୍ତ ଗୁପ୍ତାଙ୍କ ପୀଠ ଶୁଣାଣିକୁ ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି।

Comments are closed.