Odisha Link
Bridging the Missing Links in Odisha

କରୋନା: ଆଇଟି ଫାର୍ମ ପାଇଁ କଟକଣା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଟୁଇନ ସିଟିରେ ଥିବା ସମସ୍ତ ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ କଟକଣା ଜରି କରିଛି। କଟକଣା ନେଇ ଗାଇଡଲାଇନ ଜାରି କରାଯାଇଛି। ଆଜିଠାରୁ ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି।

ଗାଇଡଲାଇନ ମୁତାବକ, ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଯିବାକୁ ମନା କରାଯାଇଛି। ବାହାରୁ ଫେରିଥିବା କର୍ମଚାରୀ ୧୪ ଦିନ ଘରେ ରହି କାମ କରିବେ। ଯଦି କର୍ମଚାରୀମାନେ କାମ କରିବାକୁ ଅସମର୍ଥ ହୁଅନ୍ତିୁ ତା ହେଲେ କମ୍ପାନୀ ଆକ୍ଟରେ ତାଙ୍କୁ ଛୁଟି ଦିଆଯିବ। ଏଥିସହ ପରିବାର ସହ ବାହାରକୁ ଯାଇଥିଲେ ମଧ୍ୟ କର୍ମଚାରୀ ଘରେ ରହି କାମ କରିବେ। ଯଦି କୌଣସି କର୍ମଚାରୀଙ୍କୁ ଜ୍ବର, ଥଣ୍ଡା, କଫ ହେଉଥିବ ତେବେ ସେମାନେ ଅଫିସ୍‌ ଆସିବାକୁ ମନା କରାଯାଇଛି। ଯଦି କୌଣସି ଆଇଟି କମ୍ପାନୀ କମିଶନରେଟ ପୋଲିସର ଏହି ଗାଇଡଲାଇନ ପାଳନ ନ କରନ୍ତି, ତେବେ ଆଇନ ଅନୁସାରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଟାନ ନିଆଯିବ।

Comments are closed.