Odisha Link
Bridging the Missing Links in Odisha

ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ: ଆଜି ଅନ୍ତ ହେଲେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲା। ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ। ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀ ଖୁଣ୍ଟରେ ଝୁଲାଯାଇଛିି। ସକାଳ ୫ଟା ୩୦ ମିନିଟରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି।

ମିରଟରୁ ଆସିଥିବା ଜହ୍ଲାଦ ପବନ ୪ ଦୋଷୀଙ୍କୁ ଫାଶୀ ଦେଇଛନ୍ତି। ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ନିର୍ଭୟାକାଣ୍ଡର ଦୋଷୀମାନେ ସାଢ଼େ ୫ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ଫାଶୀ ପରେ ମେଡିକାଲ ଅଫିସର ଫାଶୀ ଖୁଂଟ ପାଖକୁ ଯାଇ ଯାଂଚ କରିଛନ୍ତିି । ଏହାପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । କିଛି ସମୟ ପରେ ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ କରାଯାିଛି।

Comments are closed.