Odisha Link
Bridging the Missing Links in Odisha

କମଲନାଥ: ୧୫ ମାସର ମୁଖ୍ୟମନ୍ତ୍ରୀ

ଭୋପାଲ: ମଧ୍ୟପ୍ରଦେଶ କଂଗ୍ରେସରେ କିଛିମାସ ଧରି ଚାଲିଥିବା ଦଳୀୟ କନ୍ଦଳରେ ବର୍ତ୍ତମାନ ବିରାମ ଲାଗିଛି। ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ସ୍ବୀକାର ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ। ୨୦୧୮ ମସିହା ଡିସେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ କଂଗ୍ରେସର ବରିଷ୍ଠ ନେତା କମଲନାଥ। ସେ ମୁଖ୍ୟମନ୍ତ୍ରୀ ଭାବେ ୧୫ ମାସ ଓ ୨ଦିନ କାର୍ଯ୍ୟ କରିଛନ୍ତି। ତେବେ କମଲନାଥଙ୍କ ରାଜନୈତିକ ଯାତ୍ରା କିଭଳି ରହିଛି ଜାଣନ୍ତୁ।

କମଲନାଥ ମୋଟ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପଢ଼ନ୍ତୁ ପୁରା ତାଲିକା ।

୧୯୮୦: ସପ୍ତମ ଲୋକସଭାର ନିର୍ବାଚିତ ସାଂସଦ
୧୯୮୫: ଅଷ୍ଟମ ଲୋକସଭାର ନିର୍ବାଚିତ ସାଂସଦ
୧୯୮୯: ୯ମ ଲୋକସଭାର ନିର୍ବାଚିତ ସାଂସଦ
୧୯୯୧: ୧୦ମ ଲୋକସଭାର ନିର୍ବାଚିତ ସାଂସଦ
୧୯୯୮: ୧୨ତମ ଲୋକସଭାର ନିର୍ବାଚିତ ସାଂସଦ
୨୦୦୪: ୧୪ତମ ଲୋକସଭାର ନିର୍ବାଚିତ ସାଂସଦ
୨୦୦୯: ୧୫ତମ ଲୋକସଭାର ନିର୍ବାଚିତ ସାଂସଦ
୨୦୧୪: ୧୬ତମ ଲୋକସଭାର ନିର୍ବାଚିତ ସାଂସଦ

କେନ୍ଦ୍ରୀୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ କମଲନାଥ। ୧୯୯୧ ରୁ ୧୯୯୫ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ। ୧୯୯୫-୯୬ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ। ୨୦୦୪-୦୯ କେନ୍ଦ୍ର ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ। ୨୦୦୯-୧୧ କେନ୍ଦ୍ରୀ ସଡ଼କ ପରିବହନ ମନ୍ତ୍ରୀ। ୨୦୧୧-୧୪ ସହର ବିକାଶ ମନ୍ତ୍ରୀ। ୨୦୧୨-୧୪ କେନ୍ଦ୍ରୀୟ ସାଂସଦୀୟ କାର୍ଯ୍ୟ ମନ୍ତ୍ରୀ। ୨୦୦୧-୦୪ ଜାତୀୟ କଂଗ୍ରେସ ମହାସଚିବ ଭାବେ ଏପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ।

Comments are closed.