Odisha Link
Bridging the Missing Links in Odisha

ଚୀନ୍‌ କରୋନା ତଥ୍ୟ ଲୁଚାଇବାରୁ ସାରା ବିଶ୍ୱ ଭୋଗୁଛି ପରିଣାମ: ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ପ୍ରାଣଘାତୀ କରୋନା ଭାଇରସ୍‌ ବିଷୟରେ ଚୀନ୍‌ ପ୍ରାରମ୍ଭିକ ତଥ୍ୟ ଗୁପ୍ତ ରଖିବାରୁ ଏବେ ସାରା ବିଶ୍ୱ ଏହାର ପରିଣାମ ଭୋଗୁଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ତାଙ୍କ ମତରେ, ଟ୍ରମ୍ପ୍‌ ଆହୁରି କହିଛନ୍ତି ଯେ, ଏବେ ବିଶ୍ୱସ୍ତରରେ ଯେଉଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି ସେଥିପାଇଁ ବେଜିଙ୍ଗ୍‌ ଦାୟୀ।

ଗତକାଲି ହ୍ଵାଇଟ୍‌ ହାଉସ୍‌ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି: କିଛି ମାସ ପୂର୍ବରୁ ଆମେ ଏ ବିଷୟରେ ଜାଣିଥିଲେ ଖୁବ୍‌ ଭଲ ହୋଇ ଥାଆନ୍ତା। ଚୀନ୍‌ର ଯେଉଁ ଠାରୁ ଏହାର ଉତ୍ପତ୍ତି ହେଲା ସେଇ ଗୋଟାଏ ଅଞ୍ଚଳରେ ଏହାକୁ ଅଟକାଇ ରଖାଯାଇ ପାରିଥାଆନ୍ତା।

ଆମେରିକାର ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ (ଏନ୍‌ଏସ୍‌ସି) ଟୁଇଟ୍‌ କରିଥିଲା ଯେ ଚୀନ୍‌ର କମ୍ୟୁନିଷ୍ଟ୍‍ ପାର୍ଟି କରୋନାଭାଇରସ୍‌ ବିଷୟରେ ପ୍ରାରମ୍ଭିକ ରିପୋର୍ଟକୁ ଗୁପ୍ତ ରଖିବା ସହ ଡାକ୍ତରମାନଙ୍କୁ ଦଣ୍ଡିତ କରିଥିଲା। ଫଳରେ ଚୀନ୍‌ର ବିଶେଷଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଏହି ମହାମାରୀକୁ ରୋକିବାରେ ବିଫଳ ହେଲେ। ଏଥିପାଇଁ ଚୀନ୍‌ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ କି, ନାହିଁ ପଚରା ଯିବାରୁ ଟ୍ରମ୍ପ୍‌ କୌଣସି ମନ୍ତବ୍ୟ ଦେଲେ ନାହିଁ।

Comments are closed.