Odisha Link
Bridging the Missing Links in Odisha

କରୋନା ମୃତ୍ୟୁ: ଚୀନକୁ ଟପିଲା ଇଟାଲୀ

ନୂଆଦିଲ୍ଲୀ: କରୋନା ଏବେ ବିଶ୍ୱର ୧୭୬ ରାଷ୍ଟ୍ରରେ ଏହାର କାୟା ବିସ୍ତାର କରିସାରିଲାଣି। ବିଶ୍ୱର ୨ଲକ୍ଷ ୪୫ ହଜାର ୯୯୬ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୦,୦୪୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଚୀନରେ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ଇଟାଲୀରେ କିନ୍ତୁ କରୋନା ଏହାର କାୟା ମେଲାଇ ଚାଲିଛି। ତେବେ କରେନା ଯୋଗୁଁ ଇଟାଲୀରେ ସ୍ଥିତି ଏବେ ଜଟିଳ ହୋଇ ପଡିଛି। ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପି ଯାଇଛି। ଚୀନରେ କରୋନା ଯୋଗୁଁ ମୋଟ୍ ୩୨୪୮ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ମୃତକଙ୍କ ସଂଖ୍ୟା ୩ ହଜାର ୪୦୫ ଛୁଇଁଛି।

ସେହିଭଳି ଇରାନରେ ମୃତ୍ୟୁସଂଖ୍ୟା ୧୨୮୪ରେ ପହଁଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୫୦୦ ଟପିଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ୭୬୭ରେ ପହଁଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୧୪୭ରେ ପହଁଚିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩ ପହଁଚିଥିବାବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଛି । ଫ୍ରାନ୍ସରେ ବି ସ୍ଥିତି ଜଟିଳ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୧୩୪ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୦୦ରେ ପହଁଚିଛି । ମାତ୍ର ୨୪ ଘଂଟା ଭିତରେ ୧୦୮ଜଣଙ୍କ ଜୀବନ ଯାଇଛି । ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୬୨୬ରେ ପହଁଚିଛି । ଭାରତରେ ୧୯୫ କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.