Odisha Link
Bridging the Missing Links in Odisha

କରୋନା ଭୟରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । ଏହାର ଭୟରେ ସମସ୍ତ ସିନେମାର ଶୁଟିଂ , ସିନେମା ହଲ, ଓ ଫେଷ୍ଟିଭାଲ ଗୁଡ଼ିକୁ ସ୍ଥଗିତ କରାଯାଇଛି । ତେବେ ମେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ କୁ ସ୍ଥଗିତ କରାଯାଇଛି ।

କରୋନା ସଂକ୍ରମଣର ପ୍ରଭାବକୁ ଆଖି ଆଗରେ ରଖାଯାଇ ଏହି ନିସ୍ପତି ନିଆଯାଇଛି। ଏହାକୁ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି । ଏକ ବିବୃତିରେ ସେମାନେ କହିଛନ୍ତି ଯେ ଜୁନ୍ ଶେଷ ସମେତ ଅନେକ ନୂତନ ତାରିଖ ବିଚାରକୁ ନିଆଯାଉଥିଲା ।

କିନ୍ତୁ ତାହା ସ୍ଥିର ହୋଇପାରି ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସମଗ୍ର ବିଶ୍ବର ଏହି ସ୍ବାସ୍ଥ୍ୟ ସଙ୍କଟ ସମୟରେ ଆମର ଚିନ୍ତାଧାରା କୋଭିଡ -୧୯ ର ପୀଡ଼ିତଙ୍କ ନିକଟକୁ ଯାଇଥାଏ ଏବଂ ଏହି ରୋଗ ସହ ଲଢ଼େଇ କରୁଥିବା ସମସ୍ତଙ୍କୁ ସାହସ ଦେବାର ଆବଶ୍ୟକତା ରହିଛି ।

ହଜାର ହଜାର ଚଳଚ୍ଚିତ୍ର ନିର୍ମାତା, ସେଲିବ୍ରିଟି ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ଆକର୍ଷିତ କରୁଥିବା ଏହି ଉତ୍ସବ ଆଗକୁ କେବେ ଅନୁଷ୍ଠିତ ହେବ, ସେନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣାଯାଇଛି।

Comments are closed.