Odisha Link
Bridging the Missing Links in Odisha

ଶକ୍ତି ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କମଲନାଥ

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଛି ହାଇଭୋଲଟେଜ ଡ୍ରାମା। ଆଜି ହେବାକୁ ଥିବା ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ। ଆଜି ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଦିନ ଗୋଟାଏରେ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି ସେ ଇସ୍ତଫାପତ୍ର ଦେବେ ବୋଲି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କମଲନାଥ କହିଥିଲେ ଯେ ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ବିଜେପି ତାଙ୍କ ସହିତ ବିଶ୍ୱାସଘାତ କରି ନାହିଁ ବରଂ ଷଡ଼ଯନ୍ତ୍ର କରି ରାଜ୍ୟବାସୀଙ୍କୁ ଧୋକା ଦେଇଛି। ୧୫ ବର୍ଷରେ ବିଜେପି ସରକାର ରାଜ୍ୟରେ ଯାହା ନକରିଛି, ତାଙ୍କ ସରକାର ମାତ୍ର ୧୫ ମାସରେ ସେସବୁ କରିବାକୁ ସକ୍ଷମ ହୋଇଛି।

ଏଥିସହିତ କମଲନାଥ ଦାବି କରିଛନ୍ତି ଯେ ଏହି୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତି୍ୟୁତି ପୂରଣ କରିଛନ୍ତି। ସେହିପରି ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି।

Comments are closed.