Odisha Link
Bridging the Missing Links in Odisha

ଏନ୍‌ପିଆର୍‌ ସ୍ଥଗିତ ରଖିବାକୁ ମୋଦିଙ୍କୁ ଲେଖିଲେ ନବୀନ

ଭୁବନେଶ୍ବର: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍) କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ନବୀନ ଲେଖିଛନ୍ତି ଯେ ଆମେ ଏବେ କରୋନା ବିତ୍ପାତ ସହ ଲଢ଼େଇ କରୁଛି। ପୂର ରାଷ୍ଟ୍ର ବ୍ୟବସ୍ଥା କରୋନା ପଛରେ ଲାଗିଛି। ଏଭଳି ସମୟରେ ଜନଗଣନା ଓ ଏନ୍‌ପିଆର କର୍ଯ୍ୟକ୍ରମ ଭୂତାଣୁ ବ୍ୟାପିବାର ଆଶଙ୍କାକୁ ବଢ଼ାଇବାର ସମ୍ଭାବନା ରହିଛି। ଏଣୁ ଦେଶରେ ଜନଗଣନା ଓ ଏନ୍‌ପିଆର କାର୍ଯ୍ୟକ୍ରମ ଘୁଞ୍ଚାଇବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧ରୁ ସେପ୍ଟମ୍ବର ୩୦ ତାରିଖ ଭିତରେ ୪୫ ଦିନ ବ୍ୟୟରେ ରାଜ୍ୟମାନେ ଏନ୍‌ପିଆର୍‌ ପ୍ରଥମ ଫେଜ୍‌ ଶେଷକରିବା କଥା। ଏଥିରେ ୩୦ ଲକ୍ଷରୁ ଅଧିକ ବ୍ୟକ୍ତି ନିୟୋଜିତ ହେବେ। ସେମାନଙ୍କୁ ପ୍ରଶିକ୍ଷଶ, ସଚେତନତା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯିବା କଥା। ଏଭଳି ହେଲେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଦେଶରେ ଏନ୍‌ପିଆର କାର୍ଯ୍ୟକ୍ରମ ବନ୍ଦ ପାଇଁ ଅନୁରୋଧ କରିଛନ୍ତି।

Comments are closed.