Odisha Link
Bridging the Missing Links in Odisha

ନ୍ୟାୟ ମିଳିଲା : ମୋଦି

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରି କହିଛନ୍ତି ଯେ, ନ୍ୟାୟ ମିଳିଛି। ମହିଳାଙ୍କୁ ସମ୍ମାନ ଓ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ମୋଦି ଆହୁରି କହିଛନ୍ତି ଯେ, ଆମର ନାରୀଶକ୍ତି ସବୁ ବିଭାଗରେ କାର୍ଯ୍ୟଦକ୍ଷତା ଦେଖାଇଛନ୍ତି। ସମସ୍ତଙ୍କୁ ଦେଶର ଗଠନରେ ସାମିଲ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ହେବ। ସମସ୍ତ କ୍ଷେତ୍ରରେ ସୁଯୋଗ ଓ ସମାନତାକୁ ଗୁରୁ୍ତ୍ବ ଦିଆଯିବ।

Comments are closed.