Odisha Link
Bridging the Missing Links in Odisha

ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଶ୍ରୀ ମନ୍ଦିର ଟଙ୍କା

ପୁରୀ: ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଶ୍ରୀ ମନ୍ଦିର ଟଙ୍କା। ପରେ ଶ୍ରୀ ମନ୍ଦିର କର୍ପସ ଓ ଟେମ୍ପୁଲ ଫଣ୍ଡ ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଟଙ୍କା। ଜମା ଟଙ୍କା ଉପରେ ବାର୍ଷିକ ୫.୭୫ ପ୍ରତିଶତ ସୁଦ୍ଧ ମିଳିବ। ଶ୍ରୀ ମନ୍ଦିର ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ନିଷ୍ପତ୍ତି ହୋଇଛି ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ବାର୍ଷିକ ୫.୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କରେ ଜମା କରାଯିବ। ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଆଜି ଏହି ଟେଣ୍ଡର ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ୍‌ ବ୍ୟାଙ୍କ ରହିଥିଲା। ଏଥିରେ ୫ ଦଶମିକ ୪୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ୍‌ ବ୍ୟାଙ୍କ ଓ ୫ ପ୍ରତିଶତ ସହ ତୃତୀୟରେ କାନାଡା ବ୍ୟାଙ୍କ ରହିଥିଲା। ସେମାନେ ୫ ଦଶମିକ ୭୫ ପ୍ରତିଶତ ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ୍‌ ବ୍ୟାଙ୍କରେ ରହିବା ନେଇ ନିଷ୍ପତ୍ତି ହୋଇଛି। ଏହି ଟଙ୍କାକୁ ୩ ବର୍ଷ ପାଇଁ ଦୀର୍ଘ ମିଆଦି ସ୍ଥାୟୀ ଜମା ଭାବେ ରଖାଯିବ। ତେବେ କେତେ ଟଙ୍କା ରଖାଯିବ ତାହା ନିଷ୍ପତ୍ତି ହୋଇନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଇ-ଟ୍ରାନ୍ସଫର ମାଧ୍ୟମରେ ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଏସ୍‌ବିଆଇର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।

Comments are closed.