Odisha Link
Bridging the Missing Links in Odisha

କ୍ୟାମେରାକୁ ଦେଖି ଚିଡ଼ିଗଲେ ତୈମୁର, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ : ବଲିଉଡରେ ଖୁବ ଲୋକ ପ୍ରିୟତା ହାସଲ କରିଥିବା ସେଲିବ୍ରେଟି କିଡ୍ସ୍ ହେଉଛନ୍ତି ତୈମୁର । ସେ ଜନ୍ମ ହେବା ଦିନ ଠାରୁ ବହୁତ ଚର୍ଚ୍ଚାରେ ରହିଛନ୍ତି । ତୈମୁର କ୍ୟାମେରା ଦେଖିଲେ ଭଳିକି ଭଳି ପୋଜ୍‌ ଦେଇଥାନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଥାଏ । ବର୍ତ୍ତମାନ ତୈମୁରଙ୍କ ଏକ ଫଟୋ ଖୁବ ଚର୍ଚ୍ଚାରେ ରହିଛି ।

ନିକଟରେ ତୈମୁରଙ୍କୁ ବାପା ସୈଫଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ୟାମେରାକୁ ଦେଖି ଚିଡ଼ାଇବା ଭଳି ପୋଜ୍‌ ଦେଇଥିଲେ, ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି । ଅନେକେ କହୁଛନ୍ତି ଏଭଳି କରିବା ସେ ବେବୋଙ୍କଠାରୁ ଶିଖିଛନ୍ତି ।

ଏହାପଛରେ କାରଣ ମଧ୍ୟ ରହିଛି। ନିକଟ ଅତୀତରେ ଇନ୍‌ଷ୍ଟାରେ ଡେବ୍ୟୁ କରିଛନ୍ତି କରିନା। ଦୁଇ ଦିନ ତଳେ ଆକାଉଣ୍ଟରେ ସେ ନିଜର ପିଲାଦିନ ଫଟୋ ଶେୟାର କରି କରୋନାଠାରୁ ନିଜକୁ ରକ୍ଷା କରିବାର ଉପାୟ କହିଥିବା ଦେଖାଯାଇଛି। ହେଲେ ଏହି ଫଟୋକୁ ତୈମୁରଙ୍କ ଫଟୋ ସହ ଯୋଡ଼ାଯାଉଛି। କିଛି ଲୋକ ମା’ଙ୍କ ଭଳି ତୈମୁର ମଧ୍ୟ ଦିଶୁଥିବା କହୁଛନ୍ତି ।

ବାସ୍ତବରେ ଯଦି ଦେଖାଯାଏ ତେବେ ତୈମୁର ବାପା ସୈଫଙ୍କ ଅବିକଳ ନକଲ ହୋଇଛନ୍ତି। ପିଲାଦିନେ ସୈଫ ଯେପରି ଦେଖାଯାଉଥିଲେ, ତୈମୁର ମଧ୍ୟ ସେଭଳି ଲାଗୁଛନ୍ତି।

Comments are closed.